ଭାରି ଅବୁଝା ତ ନିରବତା ମୋର,
ହାତ ଠାରି ସଦା ଶୁନ୍ୟତା କୁ ଡାକେ,
ତୁମ ସ୍ମ୍ରୁତି ଟା ବି ଭାରି ଅମାନିଆ.
ରହେ ସିଏ ସଦା ଶୁନ୍ୟତା ର ବୁକେ |
ତୁମେ ବି ତ କେବେ କିଛି ବୁଝ ନାହିଁ,
ସ୍ମ୍ରୁତି ହାତ ଧରି ଚାଲି ଚାଲି ଆସ,
ମୁଁ ମୋର ହାତ ବଢାଇବା ବେଳେ
ସପନ ସରଈ, ଶୁଣେ ଖାଲି ହସ |
ହସ ଟା ତ ତୁମ ଖିଲି ଖିଲି, ରୂପ
ଦେଖିଥିଲି କେବେ ଆଜି ମନେ ନାହିଁ,
ଆଜି ଆଉ ଥରେ ଦେଖିବାକୁ ଗଲେ
ଛବି ଯାହା ଦିଶେ, ରୂପ ତୁମ ନାହିଁ |
ହାତ ଠାରି ସଦା ଶୁନ୍ୟତା କୁ ଡାକେ,
ତୁମ ସ୍ମ୍ରୁତି ଟା ବି ଭାରି ଅମାନିଆ.
ରହେ ସିଏ ସଦା ଶୁନ୍ୟତା ର ବୁକେ |
ତୁମେ ବି ତ କେବେ କିଛି ବୁଝ ନାହିଁ,
ସ୍ମ୍ରୁତି ହାତ ଧରି ଚାଲି ଚାଲି ଆସ,
ମୁଁ ମୋର ହାତ ବଢାଇବା ବେଳେ
ସପନ ସରଈ, ଶୁଣେ ଖାଲି ହସ |
ହସ ଟା ତ ତୁମ ଖିଲି ଖିଲି, ରୂପ
ଦେଖିଥିଲି କେବେ ଆଜି ମନେ ନାହିଁ,
ଆଜି ଆଉ ଥରେ ଦେଖିବାକୁ ଗଲେ
ଛବି ଯାହା ଦିଶେ, ରୂପ ତୁମ ନାହିଁ |