ସ୍ମୃତି ଝରେ ଯେବେ
ଲେଖେ କବିତା....
ଅସରାଏ ଲୁହ
ବରଷା ଛିଟା...
ମନ ର ବେଦନା
କୋଇଲି ସୂର
ଛାତି ତଳ କୋହ
ଝୁରେ ସାଗର |
ଭାରି ଅବୁଝା ତ ନିରବତା ମୋର,
ହାତ ଠାରି ସଦା ଶୁନ୍ୟତା କୁ ଡାକେ,
ତୁମ ସ୍ମ୍ରୁତି ଟା ବି ଭାରି ଅମାନିଆ.
ରହେ ସିଏ ସଦା ଶୁନ୍ୟତା ର ବୁକେ |
ତୁମେ ବି ତ କେବେ କିଛି ବୁଝ ନାହିଁ,
ସ୍ମ୍ରୁତି ହାତ ଧରି ଚାଲି ଚାଲି ଆସ,
ମୁଁ ମୋର ହାତ ବଢାଇବା ବେଳେ
ସପନ ସରଈ, ଶୁଣେ ଖାଲି ହସ |
ହସ ଟା ତ ତୁମ ଖିଲି ଖିଲି, ରୂପ
ଦେଖିଥିଲି କେବେ ଆଜି ମନେ ନାହିଁ,
ଆଜି ଆଉ ଥରେ ଦେଖିବାକୁ ଗଲେ
ଛବି ଯାହା ଦିଶେ, ରୂପ ତୁମ ନାହିଁ |
ସପନ ଦେଖିବ ମନା......
ଆଖି ତଳେ ଲୁଚିଥିବା
ଲୁହ କୁ ଝରିବା ମନା |
ଚିନ୍ହା ମୁହଁ ଟି କୁ ଚାହିଁବା ମନା,
ମନ ର ଆଶା କୁ କହିବା ମନା......
ଛାତି ତଳେ ଫୁଟିଥିବା
କୋହ କୁ ଉଠିବା ମନା |
ତମସା ରେ ଦୀପ ଜାଳିବା ମନା,
ତ୍ରୁଷାତୁର ଦିନେ ପାଣି ବି ମନା....
ଓଠୋ ଧାରେ ଚୁନା ଚୁନା
ହସ କୁ ଧରିବା ମନା |
ସପନ ଦେଖିବା ମନା...........
ସ୍ମୃତି ତୁମେ ମୋର
ଜ୍ୟୋତି ଜୀବନ ର
ଜିବନ ର ଚଲା ପଥ
ଗଢା ଆଶା ନିରାଶା ର |
ନିରାଶା ର ନିଶା କାଳେ
ଆଶା ର ମୁଁ ଦୀପ ଜାଳେ
କିଛି ଦୀପ ଲିଭି ଯାଏ
କିଛି ଦୀପ ହଜି ଯାଏ,
ତଥାପି ତ ଜଳୁଛି ମୋ
ଦୀପ କିଛି ସପନର |
ଆଜି ଅନେକ ଦିନ ପରେ....
କବିତା ଟେ ଲେଖିବାକୁ ଇଛା ହୁଏ |
କିଛି ଆଶା, କିଛି ସ୍ମୃତି...
ଗଲାଦିନ ଅନୁଭୁତି...
ସକାଳ, ସଂଜ ଓ ରାତି
ଲେଖିବାକୁ ଇଛା ହୁଏ |
ଯେତେ ଖୁସି ପାଇଛି ମୁଁ,
ଏଇ ଭରା ଜଗତେ...
ଲୁହ ଯେତେ ବୋହିଛି
ମୋଁ ଜୀବନ ଚଲାପଥେ.....
ସେଇ ସବୁ ଲେଖିବାକୁ ଇଛା ହୁଏ |
ସ୍ଵପ୍ନ ଦେଖିବାକୁ ଚାହିଁ ଥିଲି ମୁହିଁ
ବୁଜି ବାକୁ ଟିକେ ଆଖି....
ସ୍ଵପ୍ନ ଆସିଗଲା ନିଜ ବାଟେ ଖାଲି
ଅନ୍ଧାର ରହିଲା ବାକି |||
ଅନ୍ଧାର ଭିତରେ ହଜିଯାଇଛି ମୁଁ
ପାଉନି ଚାଲିବା ବାଟ....
ଆକାଶେ ନାହିଁ ଜନ୍ହ କି ତାରା
ଆଗ ରେ ରାତି ବିରାଟ |||
ବିଜନ ତ ନାହିଁ ସହର ବଜାର
ତଥାପି ଆଜି ମୁଁ ଏକା...
ଆଖି ବୁଜିଥିଲେ ସଭିଏଁ ଦିଶନ୍ତି
ଖୋଲିଦେଲେ ବିଭିଶିକା |||