Akhila Chandra Padhi
 
ସ୍ଵପ୍ନ ଦେଖିବାକୁ ଚାହିଁ ଥିଲି ମୁହିଁ
ବୁଜି ବାକୁ ଟିକେ ଆଖି....
ସ୍ଵପ୍ନ ଆସିଗଲା ନିଜ ବାଟେ ଖାଲି
ଅନ୍ଧାର ରହିଲା ବାକି |||

ଅନ୍ଧାର ଭିତରେ ହଜିଯାଇଛି ମୁଁ
ପାଉନି ଚାଲିବା ବାଟ....
ଆକାଶେ ନାହିଁ ଜନ୍ହ କି ତାରା
ଆଗ ରେ ରାତି ବିରାଟ |||

ବିଜନ ତ ନାହିଁ ସହର ବଜାର
ତଥାପି ଆଜି ମୁଁ ଏକା...
ଆଖି ବୁଜିଥିଲେ ସଭିଏଁ ଦିଶନ୍ତି
ଖୋଲିଦେଲେ ବିଭିଶିକା |||



Leave a Reply.